This browser does not support the video element.
ବରଗଡ: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଉତ୍ସାହିତ ଲୋକେ ଏବଂ ଚଳ ଚଞ୍ଚଳ ବରଗଡ଼ ସହର, ଦୋକାନ ବଜାରରେ ଲାଗିଛି ପ୍ରବଳ ଭିଡ଼
Bargarh, Bargarh (Baragarh) | Aug 27, 2025
ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ ପାଇଁ ଚଲ ଚଞ୍ଚଳ ବରଗଡ଼ ସହର | ଏନେଇ ବୁଧବାର ସନ୍ଧ୍ୟା 5 ଘଣ୍ଟା ସମୟରେ ବରଗଡ଼ର ଦୈନନ୍ଦିନ ବଜାରରେ ଲୋକଙ୍କ ଭିଡ଼ ଲାଗିରହିଛି | ନୁଆଁଖାଇ ପର୍ବରେ ନୁଆଁ ପୋଷାକ, ନୁଆଁ ଧାନ, ଏବଂ ସବୁ ନୁଆଁ କରାଯାଇଥାଏ | ତେବେ ନୁଆଁଖାଇରେ କୁରେ ପତ୍ରର ଖଲିରେ ନୁଆଁଖାଇ ଖାଉଥିବା ବେଳେ ବଜାରରେ କୁରେପତ୍ର, ନୁଆଁଧାନ, ରାକ୍ଷୀ, ଲିଆ ଇତ୍ୟାଦି ସାମଗ୍ରୀ କିଣିବା ପାଇଁ ଲୋକଙ୍କ ଭିଡ଼ ଲାଗିରହିଛି | ବେଶ ଉତ୍ସାହ ସହ ଲୋକେ ବଜାରରେ ସାମଗ୍ରୀ କିଣିବା ସହ ନୁଆଁଖାଇ ପର୍ବ ପାଳନ ପାଇଁ ଉତ୍ସାହ ପ୍ରକାଶ କରୁଛନ୍ତି | ତେବେ ଏନେଇ ଶୁଣନ୍ତୁ ଲୋକଙ୍କ କିପରି ଉତ୍ସାହ ରହିଛି |