This browser does not support the video element.
ରଣପୁର: ରାଜସୁନାଖଳା ମା' ଦକ୍ଷିଣକାଳୀ ମନ୍ଦିର ନିକଟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୭ତମ ତିରୋଧାନ ଦିବସ ପାଳିତ
Ranapur, Nayagarh | Apr 18, 2024
ରଣପୁର ବ୍ଲକ ବିଜେଡି ପକ୍ଷରୁ ବୁଧବାର ସନ୍ଧ୍ୟାରେ ରାଜସୁନାଖଳା ଗ୍ରାମର ମା' ଦକ୍ଷିଣକାଳୀ ମନ୍ଦିର ନିକଟରେ ବ୍ଲକ ବିଜେଡି ସଭାପତି ସଚ୍ଚିକାନ୍ତ ଷଡ଼ଙ୍ଗୀଙ୍କ ଆବାହକତ୍ୱରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୭ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ରଣପୁର ଏନ୍ଏସି ଅଧ୍ୟକ୍ଷା, ବ୍ଲକ ଉପାଧ୍ୟକ୍ଷ ପ୍ରମୁଖ ଯୋଗ ଦେଇ ପ୍ରବାଦ ପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ଫୁଲ ଓ ଚନ୍ଦନ ଅର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରିଥିଲେ।