Download Now Banner

This browser does not support the video element.

ନୂଆପଡା: ଖଡିଆଳ ସ୍ଥିତ ଅଗ୍ରେସନ୍ ଭବନ ଠାରେ ସତ୍ୟ ସାଇ ବାବାଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ରାଜ୍ୟ ସ୍ତରୀୟ ସତ୍ୟସାଇ ସେବା ମହୋତ୍ସବ ପାଳିତ

Nuapada, Nuapada | Sep 13, 2025
ଖଡିଆଳ ଅଗ୍ରେସନ୍ ଭବନରେ ସତ୍ୟ ସାଇ ବାବାଙ୍କ ୧୦୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ରାଜ୍ୟ ସ୍ତରୀୟ ସତ୍ୟସାଇ ସେବା ମହୋତ୍ସବ ଆଜି ୫ ଟା ଯାଏଁ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଦିବ୍ୟ ପ୍ରଶାନ୍ତି ପତାକା ଉତ୍ତୋଳନ କରିଥିବା ବେଳେ ବେଦ ଚିନ୍ତା, ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସଭାପତି ସ୍ବାଗତ ଅଭିଭାଷଣ ଦେଇଥିବ ବେଳେ ରାଜ୍ୟ ସଭାପତି ସତ୍ୟ ସ୍ୱରୂପ ପଟ୍ଟନାୟକ ଉଦ୍ଘାଟନୀ ସଭାକୁ ସମ୍ବୋଧନ କରିଥିଲେ। ରାଜ୍ୟ ସେବା ସଂଯୋଜକ ରମାକାନ୍ତ ଦାସଙ୍କ ଲିଖିତ ପୁସ୍ତକ ଉନ୍ମୋଚନ ହୋଇଥିଲା । ଏହି ଅବସରରେ ଆଧ୍ୟାତ୍ମିକ ଶୋଭାଯାତ୍ରା ଖଡିଆଳ ନଗର ପରିକ୍ରମା କରିଥିଲା।
Read More News
T & CPrivacy PolicyContact Us