Download Now Banner

This browser does not support the video element.

ଦେବଗଡ: ଜଡାଗୋଳା ଛକରୁ ଶରଣଖୋଳ ଗାଁର ଜନେ ବ୍ୟକ୍ତିଙ୍କ ଠାରୁ ୫ ଲିଟର ବେଆଇନ ଦେଶୀ ମଦ ପାଉଚ ଜବତ

Debagarh, Debagarh (Deogarh) | Sep 8, 2025
ଦେବଗଡ ଥାନା ତିଲେଇବଣି ପୋଲିସ ବିଟ ଅନ୍ତର୍ଗତ ଜଡାଗୋଳା ଛକରୁ ଆଜି ଦିନ ପ୍ରାୟ ୧୧ ଟାରେ ଜନୈକ ବ୍ୟକ୍ତିଙ୍କ ଠାରୁ ବେଆଇନ ଦେଶୀ ମଦ ପାଉଚ ଜବତ ହୋଇଛି । ଶରଣଖୋଲ ଗ୍ରାମର ପାଣ୍ଡବ ସାହୁ ପ୍ରଭାସୁଣୀ ଛକରୁ ଜଡାଗୋଳା ଛକ ପଟକୁ ଦେଶୀ ମଦ ପାଉଚ ନେଇ ଯାଉଥିବା ପୋଲିସ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲା । ପରେ ଜଡାଗୋଳା ଛକରେ ଚଢଉ କରି ପାଣ୍ଡବଙ୍କ ଠାରୁ ୫ ଲିଟର ବେଆଇନ ଦେଶୀ ମଦ ପାଉଚ ଜବତ କରିଥିଲା । ପାଣ୍ଡପ ଉକ୍ତ ମଦ ପାଉଚ ନେଇ କୌନସି ବ୍ୟଧ କାଗଜ ପତ୍ର ଦେଖାଇ ପାରିନଥିବା ବେଳେ ବେଆଇନ ବିକ୍ରି ଉଦ୍ଦେଶ୍ୟରେ ନେଉଥିବା ପୋଲିସ ସମ୍ମୁଖରେ ସ୍ୱିକାର କରିଥିଲେ ।
Read More News
T & CPrivacy PolicyContact Us