This browser does not support the video element.
ଲାଞ୍ଜିଗଡ: କିଡିଙ୍ଗ ଗାଁ ଠାରେ ପାରମ୍ପାରିକ ରିତି ନିତି ରେ ନୂଆଁଖାଇ ପାଇଁ ରୁଗୀ ବହଲା ପର୍ବ ଅନୁଷ୍ଠିତ।
Lanjigarh, Kalahandi | Aug 23, 2025
ପଶ୍ଚିମ ଓଡ଼ିଶାର କୃଷି ଭିତିକ ଗଣପର୍ବ ନୂଆଁଖାଇ। ଏହି ଅବସରରେ ଗ୍ରାମାଞ୍ଚଳରେ ପ୍ରସ୍ତୁତି ଆଉ ମାତ୍ର କିଛି ଦିନ ପରେ ହେବ ନୂଆଁଖାଇ।ଇତି ମଧ୍ୟରେ ଗାଁ ଗହଳିରେ ଘରଦ୍ଵାର ଲିପାପୋଛା, ଘରେ ଚୁନ ମାରିବା ସହିତ ଜୋର ସୋରରେ ଚାଲିଛି ପ୍ରସ୍ତୁତି।ପୂର୍ବରୁ ପ୍ରଚଳିତ ହୋଇଥିବା ଆସୁଥିବା ରୁଗୀ ବହଲା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇ ଯାଇଛି।କେଉ ଆବାହନ କାଳରୁ ରୁଗୀ ବହଲା ଯାତ୍ରା ବା ପୂଜାର୍ଚ୍ଚନା ଚାଲି ଆସୁଛି।ଗ୍ରାମରେ ନୂଆଁ ଖାଇ ର କିଛିଦିନ ପୂର୍ବରୁ ଗ୍ରାମରୁ ରୋଗ ଦୂରୀକରଣ ପାଇଁ ରୁଗୀ ବହଲା ଯାତ୍ରା ବା ପୂଜାର୍ଚ୍ଚନା ହେଲେ ଗାଁ ରୁ ସମସ୍ତ ରୋଗ ବୈରାଗ ଦୁର ହୁଏ ବୋଲି ବିଶ୍ବାସ ଅଛି।