This browser does not support the video element.
ପୋଲସରା: ପୋଲସରା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ପରିସରରେ ଜାତୀୟ କ୍ରୀଡା ଦିବସ ଅବସରରେ ବ୍ୟାଟ ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ
Polasara, Ganjam | Aug 30, 2025
ଗଞ୍ଜାମ ଜିଲ୍ଲା ପୋଲସରା ସହର ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ପରିସରରେ ଜାତୀୟ କ୍ରୀଡା ଦିବସ ଅବସରରେ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ର ସୌଜନ୍ୟ ରେ ଜୁନିଅର ସିଂଗିଲ୍ସ ଓ ସିନିୟର ଡବଲସ ବ୍ୟାଟମିଣ୍ଟନ ପ୍ରତିଯୋଗିତା ଇଣ୍ଡୋର କୋଚ ପଦ୍ମଚରଣ ନନ୍ଦ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି | ମ୍ୟାଚ କାର୍ଯ୍ୟକ୍ରମ ରେ ଏନ ଏ ସି ଅଧକ୍ଷା ସଂଗୀତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ଏହି ଅବସରରେ ଆମନ୍ତ୍ରିତ ଅତିଥିଭାବେ ଏନ ଏ ସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା,କାର୍ଯ୍ୟନିର୍ବାହୀ ଅଧିକାରୀ ,ସହକାରୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ l