Download Now Banner

This browser does not support the video element.

ଅନୁଗୋଳ: ଲୋକେଇପଶି ଗ୍ରାମରେ କୂଅରେ ପଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ

Anugul, Angul | Aug 31, 2025
ଅନୁଗୋଳ ବ୍ଲକ ବନ୍ତଳା ଥାନା ଅନ୍ତର୍ଗତ ବସଲା ଗ୍ରାମ ପଞ୍ଚାୟତ ଲୋକେଇପଶି ଗ୍ରାମରେ କୂଅରେ ପଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ହରିହର ଦାସଙ୍କ ପୁଅ ସୁକାନ୍ତ ଦାସ(୪୮) ବୋଲି ସୂଚନା ମିଳିଛି। ସୁକାନ୍ତଙ୍କର ଗ୍ରାମ ନିକଟରେ ବିଲ ପାଖରେ ଗୋଟିଏ କୁଅ ରହିଛି। ଆଜି ସକାଳେ କୂଅ ଆଡେ ଯାଇଥିବା ବେଳେ ଖସି ପଡ଼ିଥିଲେ। ଖବର ପାଇ ବନ୍ତଳା ଦମକଳ ବାହୀନି ପହଞ୍ଚି ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରବିବାର ସାଢେ଼ ଏଗାରଟା ବେଳେ ଭର୍ତ୍ତି କରିଥିଲେ। କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
Read More News
T & CPrivacy PolicyContact Us