This browser does not support the video element.
କଟକ ପୌରାଞ୍ଚଳ: ତେଲେଙ୍ଗା ବଜାରରେ କଳାଧନ ସମ୍ପର୍କିତ ଏସଆଇଟି ବୈଠକ, ଯୋଗ ଦେଲେ ଅନେକ ବରିଷ୍ଠ ଅଧିକାରୀ
Cuttack M Corp PS, Cuttack | Aug 31, 2025
କଟକ ତେଲେଙ୍ଗା ବଜାରରେ କଳାଧନ ସମ୍ପର୍କିତ ଏସଆଇଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ରବିବାର ସନ୍ଧ୍ୟା ୫.୩୦ ମିନିଟ ସମୟରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ। ଏଥିରେ ଆର୍ଥିକ ଅପରାଧ ମାମଲାର ତଦନ୍ତ କରୁଥିବା ଅନେକ ତଦନ୍ତକାରୀ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଦୁର୍ନୀତିଖୋର ଓ ଭ୍ରଷ୍ଟାଚାରୀ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ନଜର ରଖିବା ପାଇଁ ପରାମର୍ଶ ଦେଇଛନ୍ତି ଏସଆଇଟି ଉପାଧ୍ୟକ୍ଷ।