This browser does not support the video element.
ଟିଟିଲାଗଡ: ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ପିତୃ ପକ୍ଷ ସେବା ଆରମ୍ଭ
Titlagarh, Balangir | Sep 7, 2025
ଆଜିଠାରୁ ପିତୃ ପକ୍ଷ ଆରମ୍ଭ ହୋଇଯାଇଛି। ତେବେ କଥାରେ ଅଛି ପୂର୍ବ ପୁରୁଷଙ୍କ ସ୍ମୃତିରେ ଲୋକେ ନିଜ ଘରେ ମନ୍ଦିରରେ କିମ୍ବା ବ୍ରାହ୍ମଣଙ୍କୁ ଡାକି ପିଣ୍ଡ ଦେଇ ବ୍ରାହ୍ମଣ ଭୋଜନ କରି ଏହି କାର୍ଯ୍ୟ କରିଥାନ୍ତି। ତେବେ ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ଲୋକଙ୍କ ନିମନ୍ତେ ଆଜିଠାରୁ ସ୍ଥାନୀୟ ଲାୟନ୍ସ ଡେନ ସମ୍ମୁଖରେ ଅସହାୟ ଲୋକଙ୍କୁ ଭୋଜନ ଦିଆଯାଇଛି। ବହୁତ ଲୋକ ଏହି ସେବାରେ ସାମିଲ ହୋଇ ନିଜ ପିତୃ ପୁରୁଷଙ୍କ ନିମନ୍ତେ ଏହି ସେବା ପ୍ରଦାନ କରୁଛନ୍ତି। କ୍ଲବ ସଭାପତି ଶ୍ରୀ ସଞ୍ଜୟ ସୋନି ଏହି ସେବା ମାସ ଶେଷ ସୁଦ୍ଧା ଚାଲିବ ବୋଲି ସୂଚନା ଦେଇଛନ୍ତି।