This browser does not support the video element.
କେନ୍ଦୁଝର ସହର: ଗଣେଶ ପୂଜା ଉତ୍ସବକୁ ନେଇ ବଡବିଲ ଥାନାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ
Kendujhar Town, Kendujhar | Aug 25, 2025
ବଡବିଲ ସହରରେ ଗଣେଶ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବାକୁ ନେଇ ଆଜି ବଡବିଲ ଥାନାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି। ବଡବିଲ ଏସଡିପିଓ ଶ୍ରୀ ଦେବେନ୍ଦ୍ର ପିଙ୍ଗୁଆ ଓ ଆଇଆଇସି ଶ୍ରୀ ଅଶୋକ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ସମ୍ପ୍ରଦାୟର ପ୍ରତିନିଧି ଉପସ୍ଥିତ ରହି ନିଜ ମତାମତ ରଖିଥିଲେ। ବଡବିଲ ସହର ମଧ୍ୟରେ ଗଣେଶ ପୂଜା ଉତ୍ସବକୁ ଆଇନ ସମ୍ମତ ହିସାବରେ କିପରି ଭାବେ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରାଯିବ ସେ ନେଇ ଆଲୋଚନା ହୋଇଥିଲା।