This browser does not support the video element.
କଣ୍ଟାମାଳ: ବାଉଁଶୁଣୀ ଥାନା ପରିସରରେ ଗଣେଶ ପୂଜା ପାଳନକୁ ନେଇ ପୋଲିସର ଶାନ୍ତି କମିଟି ବୈଠକ ଅନୁଷ୍ଠିତ
Kantamal, Boudh (Bauda) | Aug 26, 2025
ମଙ୍ଗଳବାର ଦିନ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଉଁଶୁଣୀ ଥାନା ପରିସରରେ ଗଣେଶ ପୂଜା ପାଳନକୁ ନେଇ ପୋଲିସ ପକ୍ଷରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଆଇ ଆଇ ସି ସାରଦା ପ୍ରସନ୍ନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଥାନା ଅଞ୍ଚଳର ବିଭିନ୍ନ ଗଣେଶ ପୂଜା କମିଟି କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l ଗଣେଶ ପୂଜା ପାଳନ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା, ଉଚ୍ଚ ଶବଦରେ ଡାକବାଜି ଜନ୍ତ୍ର ବ୍ୟବହାର ନକରିବା, ଡିଜେ ବ୍ୟବହାର ନକରିବା ଆଦି ବିଷୟରେ ଆଲୋଚନା ହୋଇଥିଲା |