This browser does not support the video element.
କରଞ୍ଜିଆ: କାଦଡିହା ଟାଙ୍ଗୁରୁସାହି ନିକଟରେ ପିକଅପ୍ ଦୁର୍ଘଟଣା,ଭାରସାମ୍ୟ ହରାଇ ବିଲକୁ ଓଲଟି ପଡ଼ିଲା ଗାଡ଼ି
Karanjia, Mayurbhanj | May 4, 2025
କରଞ୍ଜିଆ ବ୍ଲକ ଅନ୍ତର୍ଗତ କାଦଡିହା ଟାଙ୍ଗୁରୁସାହି ନିକଟରେ ଆଜି ଏକ ପିକଅପ୍ ଭାରସାମ୍ୟ ହରାଇ ରାସ୍ତା କଡ ବିଲରେ ପାଲଟି ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଗ୍ରାମବାସୀଙ୍କ ପକ୍ଷରୁ ସକାଳ ୧୦ ଘଟିକା ସମୟରେ ସୂଚନା ମିଳିଛି। ପ୍ରାପ୍ତ ସୂଚନା ମୁତାବକ ପିକଅପ୍ ଟି କରଞ୍ଜିଆ ପଟୁ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଗାଡ଼ିରେ ଡ୍ରାଇଭର ଏକା ଥିବାବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଗ୍ରାମବାସୀଙ୍କ ନିକଟରୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।