This browser does not support the video element.
ସୁନ୍ଦରଗଡ ସହର: ହେମଗିରରେ ଜଣଙ୍କ ଘରୁ ଉଦ୍ଧାର ହେଲା 15 ଫୁଟ ଲମ୍ବର ଅଜଗର ସାପ , ଦୁଇଟି ବିଲେଇ ଗିଳି ଅଚଳ ଅବସ୍ଥାରେ ଧରାପଡିଲା ଅଜଗର
Sundargarh Town, Sundargarh | Sep 7, 2025
ଆଜି ସେପ୍ଟେମ୍ୱର 7 ତାରିଖ ରବିବାର ରାତି 9:15 ପାଖାପାଖି ସମୟରେ ଏହି ଘଟଣା ପରିବାରର ନଜରକୁ ଆସିଥିଲା। ଘରର ବିଲେଇକୁ ଡ଼ାକିବାରୁ ବିଲେଇଙ୍କ କୌଣସି ଶଦ୍ଦ ଆସିନଥିଲା। ପରେ ପରିବାର ଲୋକେ ବିଲେଇ ଖୋଜୁ ଥିବା ବେଳେ ବିଲେଇର ଲାଙ୍ଗୁଡ ସାପ ମୁହଁରେ ଥିବା ଦେଖିବାକୁ ପାଇଥିଲେ। ଏତେ ବଡ଼ ସାପ ଦେଖି ପଡୋଶୀଙ୍କୁ ଖବର ଦେବା ସହ ବନ ବିଭାଗ କୁ ଅବଗତ କରିଥିଲେ। ଘଟଣା କନିକା ରେଞ୍ଜ ଅଫିସରଙ୍କ କାନକୁ ଆସିବା ମାତ୍ରେ ସାପ ଧରା ବାଡି ନେଇ ବନକର୍ମଚାରୀ ମାନେ ପହଞ୍ଚି ଉକ୍ତ ସାପକୁ ଉଦ୍ଧାର କରିବା ସହ ନିକଟସ୍ଥ କେନ୍ଦୁ ଡିହି ରୋଡ ଜଙ୍ଗଲରେ ଛାଡିଥିଲେ। ତେବେ ସାପର ଓଜନ ପାଖାପାଖି 90 କିଲୋ ହେବ ଓ