This browser does not support the video element.
ଖଲ୍ଲିକୋଟ୍: ଛକାସିଙ୍ଗି ରେ ବନ ବିଭାଗ କର୍ମଚାରୀ ଙ୍କୁ ଅଟକ ରଖିଲେ ଗ୍ରାମବାସୀ, ରେଞ୍ଜରଙ୍କ ଲିଖିତ ପ୍ରତିଶ୍ରୁତି ପରେ ଉଦ୍ଧାର ହେଲେ ବନ କର୍ମଚାରୀ
Khalikote, Ganjam | Sep 8, 2025
ଆଦିବାସୀ ଅଧ୍ୟୁଷିତ ବାଦପଲ୍ଲୀ ପଞ୍ଚାୟତର ୧୧ ଖଣ୍ଡ ଗ୍ରାମବାସୀ ଗତକାଲି ସନ୍ଧ୍ୟା ରୁ ବିଳମ୍ବିତ ରାତି ଯାଏଁ ଖଲ୍ଲିକୋଟ ବାନାଞ୍ଚଳ ର ଅନେକ ବନ କର୍ମଚାରୀ ଙ୍କୁ ଛକାସିଙ୍ଗି ଅଟକ ରଖିଥିଲେ । ୨୦୦୬ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଆଦିବାସୀ ମାନଙ୍କୁ ଜମି ଚିହ୍ନଟ କରି ପଟ୍ଟା ବଣ୍ଟନ କରାଯାଇ ନଥିବାରୁ ପ୍ରତିବାଦ କରି ଅଟକ ରଖିଲେ । ସନ୍ଧ୍ୟା ୬ ରୁ ରାତି ଗୋଟାଏ ପର୍ଯ୍ୟନ୍ତ ଅଟକ ରହିଥିଲେ ବନ କର୍ମଚାରୀ । ଶେଷ ରେ ରେଞ୍ଜର ପହଞ୍ଚି ଲିଖିତ ପ୍ରତିଶ୍ରୁତି ଦେବା ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି ।