This browser does not support the video element.
ପୋଲସରା: ରୁମାଗଡ ରେ ଗ୍ରାମପଂଚାୟତ ସ୍ତରୀୟ ମିଳିତ ଜନଶୁଣାଣୀ,୧୧୫ ଅଭିଯୋଗ ଦାଖଲ
Polasara, Ganjam | Oct 6, 2025
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ରୁମାଗଡ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋମବାର ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ବିଡ଼ିଓ ଶଶୀ ଭୂଷଣ ମହାପାତ୍ର ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ରୁମାଗଡ ,ଭାଟଖାଲି ଓ ଖପରାଗଣ୍ଡା ଗ୍ରାମର ଜନସାଧାରଣ ମାନେ ଶିବିର ରେ ପହଂଚି ସେମାନଙ୍କର ନାମ ପଞ୍ଜିକରଣ କରିଥିଲେ । ଏଥିରେ ମୋଟ ୧୧୫ ଜଣ ମହିଳା ଓ ପୁରୁଷ ନିଜର ନାମ ପଞ୍ଜିକରଣ କରିଥିଲାବେଳେ ସେଥି ମଧ୍ୟରେ ୭୫ ଟି ଅଭିଯୋଗର ସମାଧାନ ହୋଇଥିଲା ।