This browser does not support the video element.
ଦେବଗଡ: ରଙ୍ଗିଆଗୁଡା ସାହିରୁ ୩୮ ବୋତଲ ବେଆଇନ କଫସିଫ ଜବତ, ଜଣେ ଗିରଫ
Debagarh, Debagarh (Deogarh) | Sep 10, 2025
ଦେବଗଡ ଥାନାକୁ ଅପରେସନ ପ୍ରହାର ର ପ୍ରଥମ ସଫଳତା ମିଳିଛି । ପ୍ରଥମ ଥର ପାଇଁ ଦେବଗଡ ଥାନା ଅଂଚଳରୁ ବେଆଇନ କଫସିରଫ ଜବତ କରି ଦେବଗଡ ପୋଲିସ ସଫଳତା ପାଇଛି । ଦେବଗଡ ସହର ରଙ୍ଗିଆଗୁଡା ସାହିର ଜଣେ ବ୍ୟକ୍ତିଙ୍କ ଘରେ ଅତର୍କୀତ ଚଢଉ କରି ବେଆଇନ ଭାବେ ବିକ୍ରୀ ପାଇଁ ରଖାଯାଇଥିବା ୩୮ ବୋତଲ କଫ୍ ସିରଫ ଜବତ କରିଛି । ଏଥିସହ ଏହି ଘଟଣାରେ ସ୍ୱର୍ଗତ ବସନ୍ତ କୁମାର ସାହୁଙ୍କ ପୁଅ ଜୟଭଗବାନ ସାହୁ(୨୮)କୁ ଗିରଫ କରିଛି । ଗିରଫ ଜୟଭଗବାନକୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଦେବଗଡ ଥାନା ଅଧିକାରୀ ଆଜି ରାତି ୮ ଟାରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।