This browser does not support the video element.
କଣ୍ଟାବାଞ୍ଜି: ଓକିଲ ଙ୍କ କଲମଛାଡ଼ ଆନ୍ଦୋଳନ
Kantabanji, Balangir | Oct 8, 2025
ବ୍ରହ୍ମପୁର ର ଆଇନଜୀବୀ ପୀତବାସ ପଣ୍ଡା ଙ୍କୁ ଗୁଳି ମାଡ଼ରେ ମୃତ୍ୟୁ ଘଟଣାରେ ଅଭିଯୁକ୍ତ କୁ ଗିରଫ ଓ ପରିବାର ଲୋକଙ୍କୁ ୧ କୋଟି ଟଙ୍କା ସହାୟତା ଦାବି ନେଇ ସାରା ଓଡିଶା ରେ ଓକିଲ ଙ୍କ ତରଫ ରୁ କଲମଛାଡ଼ ର ଆନ୍ଦୋଳନ କରିଛନ୍ତି। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବାର ଏସୋସିଏସନ ପକ୍ଷରୁ ମଧ୍ୟ ଏହାକୁ ବିରୋଧ କରି କଲମ ଛାଡ଼ ଆନ୍ଦୋଳନ କରିଥିଲେ। ଗୁଳି ମାଡ଼ ଘଟଣାରେ ଏହାର ଉଚ୍ଚସ୍ତରୀୟ ବିଚାର ବିଭାଗୀୟ କମିଶନ ଦ୍ୱାରା ତଦନ୍ତ ପାଇଁ ଦାବି କରିଛନ୍ତି। ଆଇନଜୀବୀ ଙ୍କୁ ଆବଶ୍ୟକ ସୁରକ୍ଷା ଆଇନ ପାଇଁ ଦାବି କରିଛନ୍ତି। ଏହି ଆନ୍ଦୋଳନ ଯୋଗୁଁ କୋର୍ଟ ରେ କାମ ଠପ ହୋଇଥିବା ଦେଖିବାକୁ ମିଳିଛି।