This browser does not support the video element.
ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଓରେଞ୍ଜ ୱର୍ନିଙ୍ଗ ଜାରି କଲା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ
Jharsuguda, Jharsuguda | Aug 22, 2025
ଝାରସୁଗୁଡା ଜିଲ୍ଲା ରେ ଗତକାଲି ଠାରୁ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଜିଲ୍ଲା ପାଇଁ ଓରେଞ୍ଜ ସତର୍କତା ଜାରି କରାଯାଇଛି। ଝାରସୁଗୁଡା ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ବିଜୁଳି ବଜ୍ରପାତ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ତେବେ ପ୍ରବଳରୁ ଅତିପ୍ରବଳ ବର୍ଷା ସହିତ ବିଜୁଳି ବଜ୍ରପାତକୁ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଝାରସୁଗୁଡା ଜିଲ୍ଲାପାଇଁ ଆସନ୍ତା ୨୩ ତାରିଖ ଶନିବାର ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ଆଜି ଶୁକ୍ରବାର ଦିନ ଗୋଟାଏ ଚାଳିଶ ସମୟରେ ଓରେଞ୍ଜ ୱର୍ନିଙ୍ଗ ଜାରି କରାଯାଇଛି।