This browser does not support the video element.
ଗୁଣୁପୁର: ଭାରତ ବନ୍ଦ ପ୍ରଭାବରେ ଗୁଡାରି ସହର ସମ୍ପୂର୍ଣ୍ଣ ଠପ
Gunupur, Rayagada | Aug 21, 2024
ବୁଧବାର ଦିନ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ସକାଳ 6 ଟା ରୁ ଏହି ବନ୍ଦ ର ପ୍ରଭାବ ଆରମ୍ଭ ହୋଇଥିଲା। ଏହାର ସମ୍ପୂର୍ଣ ପ୍ରଭାବ ଗୁଡାରି ରେ ଦେଖିବାକୁ ମିଳିଥିଲା। ଦିନ ତମାମ ଗୁଡାରି ର ସମସ୍ତ ଦୋକାନ, ବଜାର, ଶିକ୍ଷା ଅନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ, ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିଲା। ସ୍ଥାନୀୟ ଡକ୍ଟର ଆମ୍ବେଦକର ସେବା ସଦନ କମିଟି ଓ ଗୁଡାରି ବ୍ଲକର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମିଳିତ ସମାଜ ପକ୍ଷରୁ ଗୁଡାରିରେ ବନ୍ଦ ପାଳନ କରାଯାଇଥିଲା। ଗୁଡାରି ଥାନା ଅଧିକାରୀ ଶ୍ରୀମତୀ ସମର୍ପିତା ସ୍ୱାଇଁ ଙ୍କ ତତ୍ୱାବଧାନରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।