This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ବରେଇପାଲି ଥାନା ଅଞ୍ଚଳରେ ଜଣେ ଯୁବକ ଚୋରକୁ କାବୁ କଲା ପୋଲିସ, ମେଡିକାଲ ରେ କଲା ସ୍ୱାସ୍ଥ୍ୟ ଯାଞ୍ଚ
Sambalpur M, Sambalpur | Sep 12, 2025
ବରେଇପାଲି ଥାନା ଅଞ୍ଚଳରେ ଜଣେ ଯୁବକ ଚୋରି କରି ପୋଲିସ ହାତରେ ଧରା ପଡିଲା l ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ 12 ଟା ସମୟରେ ସଞ୍ଜୀବ ବେହେରା ନାମକ ଜଣେ ଯୁବକ ବରେଇପାଲି ଅଞ୍ଚଳରେ ଏକ ଘରକୁ ଚୋରି କରିବା ପାଈଁ ପଶିଥିଲା l ଘର ଲୋକେ ଜାଣି ପକାଇବାରୁ ତୁରନ୍ତ ପୋଲିସକୁ ଖବର ଦେଇଥିଲେ l ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚୋର କୁ ଧରିବା ପାଈଁ ଚେଷ୍ଟା କରିବାରୁ ଦୌଡ଼ି ପଳାଉଥିବା ବେଳେ ପୋଲିସ ମାଡି ବସିଥିଲା l ପୋଲିସ ଉକ୍ତ ଚୋର କୁ କାବୁ କରି ଥାନାରେ ଅଟକ ରଖି ଅଧିକ ପଚରା ଉଚରା କରୁଛି l