This browser does not support the video element.
କଣ୍ଟାମାଳ: ରେଙ୍ଗାଲି ଗ୍ରାମରେ ଧାର୍ମିକ ଓ ସାଂସ୍କୃତିକ ସେବା ସଂଘର ନୂଆଖାଇ ଭେଟ ଘାଟ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ
Kantamal, Boudh (Bauda) | Sep 4, 2025
ଗୁରୁବାର ଦିନ କଣ୍ଟାମାଳ ବ୍ଲକ ରେଙ୍ଗାଲି ଗ୍ରାମରେ ବୌଦ୍ଧ ଜିଲ୍ଲା ଧାର୍ମିକ ଓ ସାଂସ୍କୃତିକ ସେବା ସଂଘ ପକ୍ଷରୁ ଆୟୋଜିତ ନୂଆଖାଇ ଭେଟ ଘାଟ କାର୍ଯ୍ୟକ୍ରମରେ କଣ୍ଟାମାଳ ବିଧାୟକ କନ୍ହାଇ ଚରଣ ଡାଙ୍ଗ ଯୋଗ ଦେଇଥିଲେ | ଶ୍ରୀ ଡାଙ୍ଗ ଆୟୋଜକ କମିଟି ପକ୍ଷରୁ ନିମନ୍ତ୍ରିତ ହୋଇ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ସଭାପତି ରମେଶ ପ୍ରସାଦ ମେହେର, ସମ୍ପାଦକ ଅରୁଣ କୁମାର ମେଣ୍ଡିଲି ଓ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l