This browser does not support the video element.
ପାଟଣାଗଡ: ଫଟାମୁଣ୍ତା ର ଜନୈକଯୁବକ ନଦୀ କୁ ଗାଧୋଇବା ପାଇଁ ଯାଇ ସ୍ରୋତ ରେ ଭାସି ଗଲେ
Patnagarh, Balangir | Sep 27, 2025
ଲରମ୍ଭା ଥାନା ଫଟାମୁଣ୍ଡା ଗାଁ ର ପ୍ରଶାନ୍ତ ଡୁଡୁକା ସାଙ୍ଗ ମାନଙ୍କ ସହ ଶନିବାର ଦିନ ପାଖ ସୁକ୍ତେଲ ନଦୀକୁ ଗାଧୋଇ ଯାଇଥିବା ବେଳେ ନଦୀର ଖର ସ୍ରୋତ ରେ ଭାସି ଯାଇଛନ୍ତି। ପରିବାର ତରଫରୁ ଲରମ୍ଭା ଥାନାରେ ଅଭିଯୋଗ କରାଯାଇଥିବା ବେଳେ ଅଗ୍ନିଶମ ବାହିନୀ ନିଖୋଜ ପ୍ରଶାନ୍ତ ଙ୍କୁ ଉଦ୍ଧାର ପାଇଁ ନଦୀର ବିଭିନ୍ନ ସ୍ଥାନରେସନ୍ଧ୍ୟା ଯାଏ ଖୋଜାଖୋଜି କରିଛନ୍ତି।ପ୍ରଶାନ୍ତ ଡୁଡୁକା ତାଙ୍କ ତିନିଜଣ ସାଙ୍ଗ ପଞ୍ଚୁ ବରିହା, ଆଶିଷ ଭୁକ୍ତା ଓ ରାଜୁ ବରିହା ସୁକ୍ତେଲ ନଦୀ କୁ ଗାଧୋଇ ଯାଇଥିବା ବେଳେ ପ୍ରଶାନ୍ତ ନଦୀର ଖର ସ୍ରୋତ ରେ ପଡିଯାଇଥିଲେଆସନ୍ତା କାଲି ପୁଣି ଶବ ଖୋଜା ଯିବ