Download Now Banner

This browser does not support the video element.

ନୂଆପଡା: ସିନାପାଲିରେ ସୁଧୁରୁନି ଡ୍ରେନ ସମସ୍ୟା, ନିଜ ହାତରେ ଡ୍ରେନ ସଫା କଲେ ବିଡ଼ିଓ କାର୍ମୀ ଓରାମ

Nuapada, Nuapada | Sep 2, 2025
ସିନାପାଲି ସହରରେ ଡ୍ରେନ ସମସ୍ୟା ସୁଧୁରୁନି। ସହର ସାରା ଅଳିଆ ଆବର୍ଜନା ରହିଥିବା ବେଳେ ଲୋକେ ସଚେତନ ନଥିବାରୁ ସମସ୍ୟାର ସମାଧାନ ହୋଇ ପାରୁନାହିଁ। ଏନେଇ ସିନାପାଲିର କିଛି ମହିଳା ଡ୍ରେନ ସମସ୍ୟା ନେଇ ବିଡ଼ିଓଙ୍କୁ ଗତକାଲି ୧୨ ଟାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବିଡ଼ିଓ କାର୍ମୀ ଓରାମ ସାଙ୍ଗେ ସାଙ୍ଗେ ନିଜେ ନିଜ ହାତରେ ଡ୍ରେନର ମଇଳା ଆବର୍ଜନା ସଫା କରିଥିଲେ। ଏହି ଭିଡ଼ିଓ ଗତକାଲିର ହୋଇଥିବା ବେଳେ ଆଜି ୧୧ ଟାରେ ବିଡ଼ିଓ ଡ୍ରେନ ସଫା କରୁଥିବା ଏକ ଭିଡ଼ିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିଥିଲା। ଅଞ୍ଚଳର ଲୋକେ ବିଡ଼ିଓଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ।
Read More News
T & CPrivacy PolicyContact Us