This browser does not support the video element.
କଟକ ପୌରାଞ୍ଚଳ: କହ୍ନେଇପୁର ଭଦୀମୂଳ ନଦୀ ପଠାରୁ ଜଣଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
Cuttack M Corp PS, Cuttack | Sep 3, 2025
କଟକ କହ୍ନେଇପୁର ଭଦୀମୂଳ ନଦୀ ପଠାରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀ ଏହି ମୃତଦେହକୁ ଉଦ୍ଧାର କରିଛି। ମୃତକଙ୍କ କୌଣସି ପରିଚୟ ମିଳିପାରି ନାହିଁ। ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ମେଡିକାଲ ପଠେଇଛି। ବୁଧବାର ମଧ୍ୟାହ୍ନ ୧୨.୩୦ ମିନିଟ ସମୟରେ ଏହି ମୃତଦେହ ଉଦ୍ଧାର କରାଯାଇଛି। ତେବେ ମଙ୍ଗଳବାର ଦିନ ଶିଖରପୁର କାଳୀ ମନ୍ଦିର ନିକଟ ମହାନଦୀରେ ବୁଡି ନିଖୋଜ ହୋଇଥିବା ଛାତ୍ରଙ୍କ ଏହି ମୃତଦେହ ବୋଲି ସନ୍ଦେହ କରାଯାଉଛି।