This browser does not support the video element.
ଉମରକୋଟ: ପଟୁଗୁଡା ନିକଟରେ ଭାରସାମ୍ୟ ହରାଇ ଓଲଟିପଡ଼ିଲା ମାଣ୍ଡିଆ ବୋଝେଇ ଟ୍ରକ
Umarkote, Nabarangpur | Sep 9, 2025
ପଟୁଗୁଡା ନିକଟରେ ଭାରସାମ୍ୟ ହରାଇ ଓଲଟିପଡ଼ିଲା ମାଣ୍ଡିଆ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟିପଡ଼ିଲା ମାଣ୍ଡିଆ ବୋଝେଇ ଟ୍ରକ, ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ପଟୁଗୁଡା ଗ୍ରାମ ନିକଟରେ। ନବରଙ୍ଗପୁର ରୁ ଟ୍ରକ ନମ୍ବର OD 24 L 2814 ରେ 317 ବସ୍ତା ମାଣ୍ଡିଆ ବୋଝେଇ ହୋଇ ଉମରକୋଟ ବ୍ଲକର କିଛି ପଞ୍ଚାୟତ କୁ ବଣ୍ଟନ ପାଇଁ ଯାଉଥିଲା। ସେମାଳା ପଞ୍ଚାୟତ ରୁ ଅଂଚଳା ପଞ୍ଚାୟତ କୁ ଯାଉଥିବା ବେଳେ ପଟୁଗୁଡା ଠାରେ ଏକ ପୋଲ ନିକଟରେ ଭରସାମ୍ୟ ହରାଇ ଓଲଟି ପଡିଲା, ଫଳରେ ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଛନ୍ତି। ରାସ୍ତା ଖରାପ ଥିବା ଯୋଗୁଁ ଏହିଭଳି ଘଟଣା ଘଟିଛି ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ।