Download Now Banner

This browser does not support the video element.

ରାୟଗଡା: ରେଳ ଷ୍ଟେସନ ଅଞ୍ଚଳରୁ ୨୧ କେଜି ୧୨୦ ଗ୍ରାମ ଗଞ୍ଜେଇ ଜବତ କଲା ଜିଲ୍ଲା ଅବକାରୀ ବିଭାଗ

Rayagada, Rayagada | Feb 22, 2025
ଶନିବାର ପୂର୍ବାହ୍ନରେ ରାୟଗଡ଼ା ରେଳ ଷ୍ଟେସନ ଅଞ୍ଚଳରୁ ୨୧କେଜି ୧୨୦ ଗ୍ରାମ ଗଞ୍ଜେଇ ଜିଲ୍ଲା ଅବକାରୀ ବିଭାଗ ଜବତ କରିଛି। ମଧ୍ୟପ୍ରଦେଶର ମହେନ୍ଦ୍ର କୁମାର ଯାଦବ ନାମକ ଜଣେ ବ୍ୟକ୍ତି ୨ ଟି ବ୍ୟାଗରେ ଗଞ୍ଜେଇ ନେଇ ଯାଉଥିବା ବେଳେ ଅବକାରୀ କର୍ମଚାରୀ ତାଙ୍କୁ ଗିରଫ କରିଥିଲେ ‌। ପିଆର କେଶ୍ ନମ୍ବର ୩୦୨/୨୪-୨୫ରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି। ଓଆଇସି ସଞ୍ଜୟ କୁମାର ପ୍ରଧାନ, କନେଷ୍ଟବଳ ମେଲେକା କୁମାରୀ,ଜି ଧର୍ମାରାଓ, ସନ୍ଦୀପ କୁମାର ପାତ୍ର ଚଢ଼ାଉରେ ସାମିଲ ଥିଲେ।
Read More News
T & CPrivacy PolicyContact Us