This browser does not support the video element.
ବୌଦ୍ଧ ସଦର: ଚମ୍ପାପୁର ଗ୍ରାମର ଦୁଇଟି ଜାଗରେ ଅବକାରୀ ପୋଲିସ ଚଢ଼ାଉ କରି ବେଆନ ମଦ ଜବତ କରିବା ସହିତ ଦୁଇ ଜଣକୁ ଗିରଫ କରି ଅଦାଲତର ଦ୍ୱରାସ୍ତ
Baudh Sadar, Boudh (Bauda) | Sep 10, 2025
ଆଜି ଅପରାନ୍ହ ୫.୩୦ସମୟରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ l ଆଜି ସକାଳ ପାଖପାଖି ୧୧ଟା ସମୟରେ ବୌଦ୍ଧ ଅବକାରୀ ସଦର ଇନସ୍ପେକଟର ଗଦାଧର ମହାରଣାଙ୍କ ନେତୃତ୍ୱରେ,ବୌଦ୍ଧ ସଦର ଅବକାରୀ ପୋଲିସ ଓ ମନମୁଣ୍ଡା ଅବକାରୀ ପୋଲିସ ମିଳିତ ଭାବରେ ପୂରୁଣାକଟକ ଥାନା ଅଞ୍ଚଳରେ ବେଆନ ମଦ ଧରା ଅଭିଯାନ ଆରମ୍ଭ କରି l ପ୍ରଥମେ ଚମ୍ପାପୁର ଗ୍ରାମର ଏକ ଖୋଲା ଜାଗାରୁ ଚଢ଼ାଉ କରି ୫୨ଲିଟର ବେଆନ ମହୁଲି ମଦସହିତ, ଏଥିରେ ସମ୍ପୃକ୍ତବିନୟ ମହାକୁଡ଼କୁ ଗିରଫ ଓ ଚମ୍ପାପୁର ଗ୍ରାମ ରାସ୍ତାରୁ କଣତା ଅଦରକୁ ମଦ ସହିତ ଗିରଫ କରି, ବୌଦ୍ଧ ଅଦାଲତର ଦ୍ୱାରସ୍ତ କରାଯାଇଛି