This browser does not support the video element.
ବିଶୋଇ: ଲୁହାକାନୀ ଡଃ ହରେକୃଷ୍ଣ ମହତାବ ହାଇସ୍କୁଲ ଶିକ୍ଷକଙ୍କୁ ଆଜି ଅବସରକାଳୀନ ସମ୍ବର୍ଦ୍ଧନା
Bisoi, Mayurbhanj | Jul 3, 2024
ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ସ୍ଥିତ ଲୁହାକାନୀ ଡଃ ହରେକୃଷ୍ଣ ମହତାବ ହାଇସ୍କୁଲ ରେ ଶ୍ରୀ ପୂର୍ଣ ଚନ୍ଦ୍ର ବେହେରା ଦୀର୍ଘ ୩୮ ବର୍ଷ ସହକାରୀ ଶିକ୍ଷକ ଭାବେ,ଶିକ୍ଷକତା କରି ଅବସର ଗ୍ରହଣ କରିଛନ୍ତି। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରଥମେ ସାରଙ୍କ ପାଦ ଧୋଇ, କପାଳ ରେ ଚନ୍ଦନ ଟିକା ଲଗାଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାପର ସାର୍ ଙ୍କ ଉଦେଶ୍ୟ ରେ ବିଦାୟ କାଳୀନ ସଙ୍ଗିତ ଗାନ କରିଥିଲେ, ଗୁରୁଦକ୍ଷିଣା ମଧ୍ୟ ଦେଇଥିଲେ। ତାଙ୍କରି ଉଦ୍ଦେଶ୍ୟରେ ଆଜି ପୂର୍ବାହ୍ନ ୧୧ଟା ସମୟରେ ଡଃ ହରେକୃଷ୍ଣ ମହତାବ ହାଇସ୍କୁଲ ସଭାଗୃହ ଠାରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।