This browser does not support the video element.
ଲାଞ୍ଜିଗଡ: ପୁରୁଣାଗୁମା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ପୃଷ୍ଟିକର ଖାଦ୍ୟ ଏବଂ ଉତ୍ତମ ସ୍ବାସ୍ଥ୍ୟ ସମ୍ବନ୍ଧରେ ପ୍ରୟୋଗ ଶାଳା ଅନୁଷ୍ଠିତ
Lanjigarh, Kalahandi | Sep 4, 2025
ଗୁରୁବାର ଥୁଆମୁଳ ରାମପୁର ବ୍ଲକ୍ ଅଧୀନସ୍ଥ ପୁରୁଣାଗୁମା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ SBI ଫାଉଣ୍ଡେସନ ଏବଂ ରାମକି ଫାଉଣ୍ଡେସନର ମିଳିତ ସହଯୋଗରେ ପୃଷ୍ଟିକର ଖାଦ୍ୟ ଏବଂ ଉତ୍ତମ ସ୍ବାସ୍ଥ୍ୟ ନେଇ ଏକ ପ୍ରୟୋଗ ଶାଳା ଅନୁଷ୍ଠିତ ହେଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ମୀନତି ବିଡିକାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାମକି ଫାଉଣ୍ଡେସନ ପକ୍ଷରୁ ଡାକ୍ତର ବିମଳ କୁମାର ଷଡଙ୍ଗୀ ଯୋଗଦେଇ ଉତ୍ତମ ସ୍ବାସ୍ଥ୍ୟ ପାଇଁ କିଭଳି ପୃଷ୍ଟିକର ଖାଦ୍ୟ ଆବଶ୍ୟକ ସେନେଇ ବୁଝାଇଥିଲେ।