This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଉତ୍କଳ ବିଶ୍ଵବିଦ୍ୟାଳୟ ଭିସି ଅଫିସ୍ ସମ୍ମୁଖରେ ପୁଣି ଆଜି ଧାରଣା ଦେଲେ ବିଶ୍ଵବିଦ୍ୟାଳୟ ଛାତ୍ର
Bhubaneswar M Corp, Khordha | Sep 10, 2025
ଉତ୍କଳ ବିଶ୍ଵବିଦ୍ୟାଳୟ ଭିସି ଅଫିସ୍ ସମ୍ମୁଖରେ ପୁଣି ଆଜି ଧାରଣା ଦେଲେ ବିଶ୍ଵବିଦ୍ୟାଳୟ ଛାତ୍ର | ଉତ୍କଳ ବିଶ୍ଵବିଦ୍ୟାଳୟ ଭିସି ଅଫିସ୍ ସମ୍ମୁଖରେ ପୁଣି ଆଜି 4.32ରେ ଧାରଣା ଦେଲେ ବିଶ୍ଵବିଦ୍ୟାଳୟ ଛାତ୍ର। ଗତକାଲି ଆଲୋଚନା ସକରାତ୍ମକ ରହିଥିଲେ ବି ଆଜି କର୍ତ୍ତୃପକ୍ଷ ଏନେଇ କୌଣସି ଠୋସ ପଦକ୍ଷେପ ଗ୍ରହଣ ନ କରିବାରୁ ପୁଣି ତେଜିଛି ଛାତ୍ର ଅଶାନ୍ତି। ସବୁଠାରୁ ବଡ଼ କଥା ହେଉଛି ଆଜି କୁଳପତି ପୁଣି ଆଲୋଚନା ପାଇଁ ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ନ ଆସିବାରୁ ଛାତ୍ରମାନେ ଧାରଣାରେ ବସି ରହିବାକୁ ବାଧ୍ୟ ହୋଇଛନ୍ତି।