This browser does not support the video element.
କଟକ ପୌରାଞ୍ଚଳ: କଲେଜ ଛକ ବମ୍ବେ ହୋଟେଲ୍ ନିକଟରୁ ବ୍ରାଉନ ସୁଗାର ସହ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ
Cuttack M Corp PS, Cuttack | Aug 31, 2025
କଟକ କଲେଜ ଛକ ବମ୍ବେ ହୋଟେଲ୍ ନିକଟରୁ ବ୍ରାଉନ ସୁଗାର ସହ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ବ୍ରାଉନ ସୁଗାର ବିକ୍ରୀ ହେବା ନେଇ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଟିମ ଚଢ଼ାଉ କରି ୪୩ ଗ୍ରାମ ବ୍ରାଉନ ସୁଗାର ଜବତ ସହ ଶେଖ କଲିମ ନାମକ ବେପାରୀକୁ ଗିରଫ କରିଛି। ରବିବାର ସନ୍ଧ୍ୟା ୫.୩୦ ମିନିଟ ସମୟରେ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ତା ନିକଟରୁ ଜବତ ହୋଇଥିବା ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ୫ ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି।