This browser does not support the video element.
ରାୟଗଡା: ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ହେବା ନେଇ ଆସନ୍ତାକାଲି ସକାଳ ୮.୩୦ ରୁ ୧୫ ତାରିଖ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି
Rayagada, Rayagada | Sep 13, 2025
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ରାୟଗଡା ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏନେଇ ସନିବାର ଅପରାହ୍ନ 1ଟା ସମୟରେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତାକାଲି ସକାଳ ୮ଟା୩୦ ମିନଟ୍ ରୁ ୧୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯିବା ସହିତ ବର୍ଷା ନିମନ୍ତେ ସତର୍କତା ଜାରୀ କରାଯାଇଛି । ଏହାସହ ଜିଲ୍ଲାରେ 30 ରୁ 40 କିମି ବେଗରେ ପବନ ବହିବା ସହ ବିଜୁଳି ଘଡଘଡି ସହ ବର୍ଷା ହେବା ନେଇ ଅନୁମାନ କରାଯାଇଛି ।