This browser does not support the video element.
ଦେବଗଡ: ଦିନିକିଆ ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ଅଂଚଳ ପରିଦର୍ଶନ ଏବଂ ସରକାରୀ ଯୋଜନାର ସମୀକ୍ଷା କଲେ ଜିଲ୍ଲା ନୋଡାଲ ଅଧିକାରୀ
Debagarh, Debagarh (Deogarh) | Aug 22, 2025
ଦେବଗଡ ଜିଲ୍ଲା ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ନିଯୁକ୍ତ ଜିଲ୍ଲା ନୋଡାଲ ଅଧିକାରୀ ତଥା ଓଏମସି ପରିଚାଳନା ନିର୍ଦ୍ଦେଶକ ସୁଧାଂସୁ ମୋହନ ସାମଲ ଆଜି ଦିନିକିଆ ଗସ୍ତରେ ଆସି ସନ୍ଧ୍ୟା ପ୍ରାୟ ୬ ଟା ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଅଂଚଳ ପରିଦର୍ଶନ ଏବଂ ସରକାରୀ ଯୋଜନାର ସମୀକ୍ଷା କରିଥିଲେ । ବାରକୋଟ ବ୍ଲକ ଠିଆନାଳ ଗ୍ରାମରେ ପିଏମ୍ ଜନ ମନ ଘର ଓ ରାସ୍ତା, ବମ୍ପରଡ଼ା ପଂଚାୟତ ଗୋଇଲମରା ଆଶ୍ରମ ବିଦ୍ୟାଳୟ, କଲା ଗ୍ରାମର ଅଙ୍ଗନୱାଡ କେନ୍ଦ୍ର ସମେତ ପଂଚାୟତରେ ପିଡିଏସ ଏବଂ ଭତା ବଂଟନର ତଦାରଖ କରିଥିଲେ । ସେହିପରି ମାଛ ବଜାର ଓ ରଙ୍ଗୀନ ମାଛ ପ୍ରକଳ୍ପର ପରିଦର୍ଶନ କରିଥିଲେ ।