This browser does not support the video element.
ପାରଳାଖେମୁଣ୍ଡି: ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣଇପାଗ ବିଭାଗ
Paralakhemundi, Gajapati | Sep 7, 2025
ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ସଙ୍କେତ ଜାରି କଲା ଆଇ ଏମ ଡି ବିଭାଗ। ଗଜପତି ଜିଲ୍ଲାରେ ବର୍ଷାକୁ ନେଇ ଆଜି ଅପରାହ୍ନ ଚାରିଟା ବେଳେ ୟେଲୋ ସଙ୍କେତ ଜାରି କରିଛି ଆଇ ଏମ୍ ଡି ବିଭାଗ। ଜିଲ୍ଲାରେ ଚଳିତ ମାସ ୮ ସେପ୍ଟେମ୍ବର ଅର୍ଥାତ୍ ଆସନ୍ତା କାଲି ସକାଳ ଆଠଟା ମଧ୍ୟରେ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଇ ଏମ୍ ଡି ବିଭାଗ। ଏଥି ସହ ଜିଲ୍ଲାରେ ଘଡଘଡି ସହ ବର୍ଷା, ସାଙ୍ଗକୁ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ନେଇ ସଚେତନ କରାଯାଇଛି। ଜିଲ୍ଲାରେ ବହୁ ଥର ଚଡ଼କ ଜନିତ ମୃତ୍ୟୁ ଘଟଣା ଘଟିଥିବାକୁ ଦୃଷ୍ଟି ଆଗରେ ରଖି ଘଡଘଡି ସମୟରେ ସତର୍କ ରହିବାକୁ