This browser does not support the video element.
ଭୋଗରାଇ: ତଲାଡି ଠାରେ ବିଥିକା ଦେବୀଙ୍କ ପ୍ରଥମ ଶ୍ରାଦ୍ଧ ବର୍ଷିକୀ ଅନୁଷ୍ଠିତ ,ଯୋଗ ଦେଲେ ଭୋଗରାଇ ବିଧାୟକ
Bhograi, Balasore | Sep 8, 2025
ବିଥିକା ଦେବୀଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଭୋଗରାଇର ଦ୍ୱିତୀୟ ପୂର୍ବତନ ବିଧାୟକ ସ୍ବର୍ଗତ ଦୁର୍ଗା ଶଙ୍କର ଦାସଙ୍କର ସହଧର୍ମିଣୀ ତଥା ବର୍ତ୍ତମାନର ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସଙ୍କର ମାଆ ବିଥିକା ଦାସଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ତାଲାଡିସ୍ଥିତ ବାସ ଭବନରେ ଅନୁଷ୍ଠିତ ହୋଇଯାଇଛି !ରତ୍ନଗର୍ଭା ବିଥିକା ଦେବୀ ଥିଲେ ସ୍ନେହୀ, ମିଷ୍ଟଭାଷୀ, ପରୋପକାରୀ,ମହିୟସୀ ମହିଳା ଭାବରେ ବେଶ ତାଙ୍କର ଖ୍ୟାତି ରହିଥିଲା !ତାଙ୍କର ଗୁଣ ଓ କୀର୍ତ୍ତିକୁ ଆଜି ନାରୀ ସମାଜ ସାଉଁଟିବା ଦରକାର !