This browser does not support the video element.
ଢେଙ୍କାନାଳ ସଦର: ଷଡ଼ଙ୍ଗୀ ରେଞ୍ଜ ଗଁଦିଆ ତହସିଲ କାର୍ଯ୍ୟାଳୟ ପରିସରରେ ଥିବା ମେସରୁ ବାରହା ମାଂସ ଜବତ,୩ ଜଣ ଅଟକ
Dhenkanal Sadar, Dhenkanal | Sep 11, 2025
ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ତ ପରିସରରେ ଥିବା ଏକ ମେସରୁ ରୋଷେଇ ହେବାକୁ ଥିବା ବାରହା ମାଂସ କୁ ବନବିଭାଗ ପକ୍ଷରୁ ଜବତ କରାଯିବା ସହିତ ୩ ଜଣଙ୍କୁ ଅଟକ ରଖାଯାଇଛି। ସୂଚନା ଅନୁସାରେ ଷଡ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଗଁଦିଆ ତହସିଲ କାର୍ଯ୍ୟାଳୟରେ ଥିବା ଏକ ମେସରେ ବାରହା ମାଂସ ରୋଷେଇ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ତା ୧୧।୯ ରିଖ ପୂର୍ବାହ୍ନ ୧୧ଘଣ୍ଟା ସମୟରେ ଷଡ଼ଙ୍ଗୀ ରେଞ୍ଜର ସଦଳେବଳେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ କଡ଼େଇରେ କିଛି ମାଂସ ଶିଝା ହୋଇଥିବା ବେଳେ କିଛି କଞ୍ଚା ମାସ କଂସାରେ ରହିଥିଲା।