This browser does not support the video element.
ଯାଜପୁର: ଖମଣ ଗାଁରେ ଅଘଟଣ,ଉଖୁଡା ତିଆରୀ କରିବା ବେଳେ ଗରମ ଗୁଡ଼ ଦେହରେ ପଡିଯିବାରୁ ଯୁବକ ଗୁରୁତର
Jajapur, Jajpur | Sep 12, 2025
ଖମଣ ଗାଁରେ ଅଘଟଣ,ଉଖୁଡା ତିଆରୀ କରିବା ବେଳେ ଗରମ ଗୁଡ଼ ଦେହରେ ପଡିଯିବାରୁ ଯୁବକ ଗୁରୁତର,ଚିକିତ୍ସା ପାଇଁ ଯାଜପୁର ରୋଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି l କୋରେଇ ବ୍ଲକ ଖମଣ ଗାଁର ଦଶରଥ ସାହୁଙ୍କ ପୁଅ ଦିଲ୍ଲୀପ ସାହୁ ଉଖୁଡା ତିଆରୀ କରୁଥିଲେ l ଏଥିପାଇଁ ଏକ ଚୁଲି ରେ ଗୁଡକୁ ଗରମ କରୁଥିଲେ l ହଠାତ କୌଣସି କାରଣରୁ ଗରମ ଗୁଡ଼ ଛିଟିକି କି ଦିଲ୍ଲୀପଙ୍କ ଦେହରେ ଢାଳି ହେଇଯାଇଥିଲା l ଫଳରେ ଦିଲ୍ଲୀପ ଗୁରୁତର ହେଇଯାଇଥିଲେ l ଦିଲ୍ଲୀପ ଗୁରୁତର ହେବାକୁ ଦେଖି ପରିବାର ଲୋକେ ତୁରନ୍ତ ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ l