Download Now Banner

This browser does not support the video element.

ବୌଦ୍ଧ ସଦର: ଅତଳ ସରା ଗ୍ରାମର ସଦାନନ୍ଦ ନାଏକଙ୍କ ଘର ଭିତରୁ 9 ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର

Baudh Sadar, Boudh (Bauda) | Sep 8, 2025
ସୋମବାର ଦିନ ହରଭଙ୍ଗା ବ୍ଲକ କୁଶଙ୍ଗ ଗ୍ରାମ ପଞ୍ଚାୟତର ଅତଳ ସରା ଗ୍ରାମରୁ 9 ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ସାତ କୋଶିଆ ମହାନଦୀ ବନ୍ୟ ପ୍ରାଣୀ ଅଭୟାରଣ୍ୟ ସଂଲଗ୍ନ ଅତଳ ସରା ଗ୍ରାମର ସାମ୍ବାଦିକ ସଦାନନ୍ଦ ନାଏକଙ୍କ ଘର ଭିତରକୁ ଏକ ବିରାଟ ଅହିରାଜ ସାପ ପଶି ଆସିଥିଲା l ପରିବାର ଲୋକେ ସାପକୁ ଦେଖି ଭୟରେ ସର୍ପ ଉଦ୍ଧାର କାରୀ ଦଳ ଓ ବନ ବିଭାଗକୁ ଖବର ଦେଇଥିଲେ | ସର୍ପ ଉଦ୍ଧାରକାରୀ ଦଳର ସଦସ୍ୟ ମାନେ ପହଞ୍ଚି 9 ଫୁଟ ଲମ୍ବର ଅହିରାଜ ସାପକୁ ଉଦ୍ଧାର କରିଥିଲେ |
Read More News
T & CPrivacy PolicyContact Us