This browser does not support the video element.
କୋରାପୁଟ ସହର: ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ନିମନ୍ତେ କୋରାପୁଟ ଓକିଲ ସଂଘର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Koraput Town, Koraput | Sep 11, 2025
ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଆୟୋଜନ ନିମନ୍ତେ କୋରାପୁଟ ଓକିଲ ସଂଘର ସଭାପତି ପ୍ରଭାତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବାର ଆସୋସିଏସନର ସଭାଗୃହ ଠାରେ ଦିନ ୨ଟା ସମୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ନଭେମ୍ବର ୮ ଓ ୯ ତାରିଖ ଦୁଇ ଦିନ ବ୍ୟାପି ଆଲୋଚନା ଚକ୍ର ଆୟୋଜନ କରିବା ନିମନ୍ତେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆ ଯାଇଛି।ସେହିପରି ଅକ୍ଟୋବର ୩୦ରୁ ନଭେମ୍ବର ୬ ତାରିଖ ମଧ୍ୟରେ ରାଜ୍ୟ ସ୍ତରୀୟ କ୍ରିକେଟ ପ୍ରତିଯୋଗିତା କରାଯିବା ନିମନ୍ତେ ମଧ୍ୟ ନିଷ୍ପତ୍ତି ନିଆ ଯାଇଛି। ରାଜ୍ୟର ପ୍ରତ୍ୟେକ ଅଞ୍ଚଳରୁ ଆଇନଜୀବୀ ମାନେ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।