This browser does not support the video element.
ଭୋଗରାଇ: କୁମ୍ଭୀରଗଡି ପଞ୍ଚାୟତରେ ଘରେ ପଶିଲା ବନ୍ୟା ପାଣି
Bhograi, Balasore | Aug 26, 2025
ଗତ କାଲି ରାତି ସୁଧା ଧୀରେ ଧୀରେ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର କମିଥିଲେ ମଧ୍ୟ ଆଜି ସକାଳଠୁ ପୁଣି ବଢିବା ଆରମ୍ଭ ହୋଇଥିଲା । କିନ୍ତୁ ଆଜି ମଧ୍ୟାନରୁ ପୁଣି ପାଣି କମିବା ଆରମ୍ଭ ହୋଇଛି । ତେବେ ନଦୀରେ ବନ୍ୟାଜଳ ଏଭଳି ସ୍ଥିତି ଥିବା ବେଳେ କିନ୍ତୁ ଗାଁ ଦାଣ୍ଡରେ ପାଣି ଲହଡି ମାରୁଚି । ତାରି ଭିତରେ କୁସୁଡ଼ା ,ଗବଗାଁ, ମନୁନଗର, କୁମ୍ଭୀରଗଡି, ଆରୁହାବୃତ୍ତି , କଚୁଆଡ଼ି ଆଦି ଗାଁର ଦୁର୍ଦ୍ଦଶା କଥା କହିଲେ ନସରେ । ବନ୍ୟା ପାଣି ମାଡ଼ିବା ଆରମ୍ଭରୁ କୋଉଠି ଲୋକଙ୍କ ଘରେ ଚୁଲି ଜଳିନୀ ତ ଆଉ କୋଉଠି ଗୃହ ପାଳିତ ପଶୁଙ୍କ ସହିତ ଦିନ ରାତି କାଟି ବାକୁ ପଡୁଛି ।