Download Now Banner

This browser does not support the video element.

କେନ୍ଦୁଝର ସହର: ତଳକାଇପୁର ନିକଟରୁ ୩ଟି ହାତୀଦାନ୍ତ ଜବତ ସହ ୪ଜଣଙ୍କୁ ଗିରଫ କଲା କେନ୍ଦୁଝର ବନ ବନ ବିଭାଗ

Kendujhar Town, Kendujhar | Sep 28, 2025
୩ଟି ହାତୀଦାନ୍ତ ଜବତ ସହ ୪ଜଣଙ୍କୁ ଗିରଫ କଲା କେନ୍ଦୁଝର ବନ ବନ ବିଭାଗ । ସେମାନଙ୍କଠାରୁ ୩ଟି ମୋବାଇଲ୍ ଫୋନ୍ ଜବତ । ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜ ଅନ୍ତର୍ଗତ ବାଂଶପାଳ ବ୍ଲକ ତଳକାଇପୁର ଅଞ୍ଚଳରୁ ପୋଲିସ ସହାୟତାରେ ଧରିଲା ବନ ବିଭାଗ । ଗତ ୨୬ ତାରିଖ ରାତି ୯ଟା ବେଳେ, ତଳକାଇପୁର କ୍ରସର୍ ନିକଟରେ ମିଳିତ ଚଢ଼ାଉ କରି ଘଟଣାସ୍ଥଳରୁ ୩ଟି ହାତୀଦାନ୍ତ ଜବତ କରିବା ସହ, କଟକ ଅଲିଶା ବଜାରର ବୀରକିଶୋର ବେହେରା ଓ ଅନୁଗୁଳ ର ଅରୁଣ କୁମାର ସାହୁଙ୍କୁ ଗିରଫ କରିଥିଲା । ଏହି ମାମଲାରେ ସଂପୃକ୍ତ ଅନୁଗୁଳ ଜିଲ୍ଲା ଭଗାମୁଣ୍ଡାର ପ୍ରଦୀପ କୁମାର ସାହୁ ଓ ପ୍ରତାପ ବେହେରାଙ୍କୁ ଗିରଫ କରାଯାଇଛି l
Read More News
T & CPrivacy PolicyContact Us