This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଷ୍ଟେସନ ୟାର୍ଡ଼ ରୁ ରେଳବାଇ ସିଗନାଲ୍ ଉପକରଣ ଚୋରି ଘଟଣା, 3 ଗିରଫ
Sambalpur M, Sambalpur | Sep 4, 2025
ରେଳବାଇ ସିଗନାଲ୍ ଉପକରଣ ଚୋରି ଘଟଣାରେ ସମ୍ପୃକ୍ତ ତିନିଜଣ ଗିରଫ ଗତ 01 ରୁ 03 ତାରିଖ ମଧ୍ୟରେ ସମ୍ବଲପୁର ଷ୍ଟେସନ ୟାର୍ଡରୁ ଗୁରୁତ୍ୱପୂର୍ଣ୍ଣ ରେଳବାଇ ସିଗନାଲ୍ ଉପକରଣ ଓ ପଏଣ୍ଟ ୟୁନିଟ୍ ଚୋରି ଏବଂ କ୍ଷତି ସମ୍ବନ୍ଧୀୟ ଏକାଧିକ ଘଟଣା ରିପୋର୍ଟ ହୋଇଥିଲା। ଘଟଣାରେ ଦ୍ରୁତ କାର୍ଯ୍ୟାନୁଷ୍ଠାନ ନେଇ, ରେଳ ସୁରକ୍ଷା ବଳ ଏବଂ CIB ୟୁନିଟ୍ ମିଳିତ ଭାବେ ତଦନ୍ତ କରିଥିଲେ। ତଦନ୍ତ ସମୟରେ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ଏବଂ ସେମାନଙ୍କ ନିକଟରୁ ଚୋରି ହୋଇଥିବା ରେଳ ସିଗନାଲ୍ ଉପକରଣ ଉଦ୍ଧାର କରାଯାଇଛି।