This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ଟାଉନ ଥାନା ଅନ୍ତର୍ଗତ ଚାଉଁରପୁର ପୋଲୋ ଉପରେ ସଡ଼କ ଦୁର୍ଘଟଣା, ଜଣେ ଗୁରୁତର ଆହତ
Sambalpur M, Sambalpur | Sep 7, 2025
ଟାଉନ ଥାନା ଅନ୍ତର୍ଗତ ଚାଉଁରପୁର ପୋଲୋ ଉପରେ ସଡ଼କ ଦୁର୍ଘଟଣା, ଜଣେ ଗୁରୁତର ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ରାତି 7 ଟା ସମୟରେ ଅମର ସାହୁ ନାମକ ଜଣେ ବ୍ୟକ୍ତି ଘରକୁ ଯାଉଥିବା ସମୟରେ ଚାଉଁରପୁର ପୋଲୋ ଉପରେ ଏକ ସ୍କୋର୍ପିଓ ଗାଡି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା l ସ୍ଥାନୀୟ ଲୋକେ ପୋଲିସ କୁ ସୂଚନା ଦେବା ପରେ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଗୁରୁତର ଆହତ ଅମରଙ୍କୁ ତୁରନ୍ତ ମେଡିକାଲ ଆଣିଥିଲେ l ସେପଟେ ଦୁର୍ଘଟଣା ଘଟାଇଥିବା ସ୍କୋର୍ପିଓକୁ ଧରିବା ପାଈଁ ପୋଲିସ ତଦନ୍ତ ଜାରି ରଖିଛି l