This browser does not support the video element.
ବିଶୋଇ: ବିଜାତଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ବନମହୋତ୍ସବ ସପ୍ତାହ ପାଳିତ
Bisoi, Mayurbhanj | Jul 3, 2024
ବଡାମତଳିଆ ବନାଞ୍ଚଳ ପକ୍ଷରୁ ଆଜି ସ୍ଥାନୀୟ ବିଜାତଳା ବ୍ଲକ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ଅପରାହ୍ନ ଦୁଇଟା ସମୟରେ ୭୫ତମ ବନମହୋତ୍ସବ ପାଳିତ ହୋଇଯାଇଛି। ବିଜାତଳା ବନ ସୁରକ୍ଷା ସମିତି ସହଯୋଗରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବଡାମତଳିଆ ବନପାଳ କୋରନ୍ କିସ୍କୁ ,ପଦ୍ମାବତୀ ମହାନ୍ତ,ମେନକା ନାଏକ, ପାରା ଷ୍ଟାଫ୍ ଚନ୍ଦନ ଟୁଡୁ, ଏବଂ ସହଯୋଗୀ ବିଜୁ ପାତ୍ର ଉପସ୍ଥିତ ରହି ବୃକ୍ଷରୋପଣ କରି ପରିବେଶ ସୁରକ୍ଷା ରଖିବାକୁ ଆହ୍ବାନ କରିଥିଲେ। ସେହିପରି ବିଦ୍ୟାଳୟ ର ଶିକ୍ଷକ ଗଣ ବୃକ୍ଷ ରୋପଣ ସମ୍ଵନ୍ଧରେ ଆଲୋକପାତ କରିଥିଲେ।