This browser does not support the video element.
ଝାରସୁଗୁଡା: ସମରବଗା ପଞ୍ଚାୟତ ଅନ୍ତର୍ଗତ କୁଡ଼ାବଗା ଗ୍ରାମରେ ନୂଆଁଖାଇ ଭେଟଘାଟ୍ ଅନୁଷ୍ଠିତ
Jharsuguda, Jharsuguda | Aug 28, 2025
ଝାରସୁଗୁଡା ଜିଲ୍ଲା ସମରବଗା ପଞ୍ଚାୟତ ଅନ୍ତର୍ଗତ କୁଡ଼ାବଗା ଗ୍ରାମରେ ନୂଆଁଖାଇ ଭେଟଘାଟ୍ ଅନୁଷ୍ଠିତ ହୋଇ ଯାଇଛି l ଗୋପବନ୍ଧୁ କ୍ଲବ ଆନୁକୁଲ୍ୟ ରେ ଆଜି ଗୁରୁବାର ଅପରାହ୍ନ ୪ ଟା ରୁ ରାତି ୯ ଟା ଯାଏଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇ ଓ ଜମିଦାର ସହୀଦ ଅଞ୍ଜୋର ସିଂହ ଙ୍କ ଫଟୋ ଚିତ୍ର ରେ ଦୀପ ଧୂପ ଦେଇ ପୂଜା ଅର୍ଚ୍ଚନା କଳା ପରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଆଖ ପାଖ ଗ୍ରାମର କୁନି କୁନି ପ୍ରତିଭା ଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ।