This browser does not support the video element.
ତଲସରା: ଏକମା ସମଲେଶ୍ଵରୀ ମନ୍ଦିର ରେ ସାମୂହିକ ନବାନ୍ନ ଭକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
Talasara, Sundargarh | Aug 28, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ଏକମା ସମଲେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ଆଜି ପୁରୋହିତ ପରିବାର ପକ୍ଷରୁ ସାମୂହିକ ନବାନ୍ନ ଭକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତେ ଏକତ୍ରିତ ହୋଇ ପ୍ରଥମେ ମା ସମଲେଶ୍ବରୀଙ୍କ ଆଶିର୍ବାଦ ଗ୍ରହଣ କରିବା ପରେ ବୟୋଜ୍ୟେଷ୍ଠ ମାନଙ୍କର ଆଶିର୍ବାଦ ଗ୍ରହଣ କରିଥିଲେ। ନିଆରା ପରମ୍ପରାରେ ଏହି ନବାନ୍ନ ଭକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।