This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ପୋଡାଗଡ଼ ଛକରେ ରାସ୍ତା ନିର୍ମାଣ ଦାବି ରେ ରାସ୍ତା ରୋକ କଲେ ଗ୍ରାମବାସୀ
Nabarangapur PS, Nabarangpur | Sep 6, 2025
ପୋଡାଗଡ଼ ଛକରେ ରାସ୍ତା ନିର୍ମାଣ ଦାବି ରେ ରାସ୍ତା ରୋକ କଲେ ଗ୍ରାମବାସୀ ରାସ୍ତା ନିର୍ମାଣ ଦାବିରେ ରାସ୍ତା ରୋକ । ଏଭଳି ଘଟଣା ଦେଖିବକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଭଣ୍ଡାରିଗୁଡା ଗ୍ରାମ ପଂଚାୟତ ରେ । ପ୍ରସିଦ୍ଧ ଐତିହାସିକ ପୋଡ଼ାଗଡ ପର୍ଯ୍ୟଟନ ସ୍ଥଳୀ କୁ ସଂଯୋଗ କରୁଥିବା ରାସ୍ତାକୁ ଶତାଧିକ ଲୋକ ଅବରୋଧ କରିଛନ୍ତି । ଲୋକଙ୍କ ଅଭିଯୋଗ ହେଲା ଜିରାଗୁଡ଼ା ଠାରୁ ପୋଡ଼ାଗଡ ରାସ୍ତା ଖରାପ ହୋଇଥିବା ଫଳରେ ଏହି ରାସ୍ତା ଦେଇ ଜା ଆସ କରୁଥିବା ରୋଗୀ ,ଗର୍ଭବତୀ ,ଛାତ୍ର ଛାତ୍ରୀ ପର୍ଯ୍ୟଟକ ଓ ଜନସାଧାରଣ ଆଜି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।