This browser does not support the video element.
କୁଚିଣ୍ଡା: କୁଚିଣ୍ଡା କୋର୍ଟ ପରିସର ରେ ଓକିଲ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
Kochinda, Sambalpur | Sep 12, 2025
କୁଚିଣ୍ଡା କୋର୍ଟ ପରିସର ସ୍ଥିତ ବାର କକ୍ଷରେ ଶୁକ୍ରବାର ଅପରାହ୍ନ ୪ ଟାରେ ଓକିଲ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଓକିଲ ସଂଘ ସଭାପତି ଅଇଁଠୁ ସାହୁ ଏଥିରେ ଅଧ୍ୟକ୍ଷତା କରି ଓଡ଼ିଶା ବାର କାଉନସିଲ ପତ୍ର ଅନୁଯାୟୀ, ଓକିଲ ମାନେ ଏଣୁ ଏଣିକି ଓକିଲାତି ବ୍ୟତୀତ ଚାକିରି,ବ୍ୟବସାୟ ତଥା ଲାଭ ଜନକ ବୃତ୍ତିରେ ଲିପ୍ତ ରହି ପାରିବେ ନାହିଁ।ଏଭଳି କାର୍ଯ୍ୟରେ ଲିପ୍ତ ହେବା ଦ୍ବାରା ବୃଦ୍ଧିଗତ ଆଚରଣ ଓ ଶିଷ୍ଟାଚାର ମାନଦଣ୍ଡର ଉଲଂଘନ ହେବା ନେଇ ସୂଚନା ପ୍ରଦାନ କରିଥିଲେ।