This browser does not support the video element.
ବୌଦ୍ଧ ସଦର: କେଳାକଟା ଗ୍ରାମରେ ଘର ଉପରେ ହେଲା ବଜ୍ରପାତ, ଅଳ୍ପକେ ବର୍ତ୍ତିଲେ ପରିବାରର 3 ସଦସ୍ୟ
Baudh Sadar, Boudh (Bauda) | Oct 8, 2025
ବୁଧବାର ସନ୍ଧ୍ୟାରେ ହରଭଙ୍ଗା ବ୍ଲକ କେଳା କଟା ଗ୍ରାମରେ ଗୋଟିଏ ଘର ଉପରେ ବଜ୍ରପାତ ହେବା ଫଳରେ ଘରେ ଥିବା ପରିବାରର 3 ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ବର୍ଷା ସହ ବିଜୁଳି ଆସିଥିବା ବେଳେ କେଳା କଟା ଗ୍ରାମର ପୀତବାସ ପ୍ରଧାନଙ୍କ ଘର ଉପରେ ବଜ୍ରପାତ ହୋଇଥିଲା | ଫଳରେ ଛାତ ଘରର ତାଜା କଣା ହେବା ସହ ଘର ମଧ୍ୟରେ ଥିବା ପୀତବାସ, ପତ୍ନୀ ରଶ୍ମିତା ଓ ପୁଅ ରଘୁନାଥ ଆହତ ହୋଇଥିଲେ | ସମସ୍ତଙ୍କୁ ବୌଦ୍ଧ ଡାକ୍ତର ଖାନା ଅଣା ଯାଇଥିଲା ଓ ବିପଦ ମୁକ୍ତ ଥିବା ସୂଚନା ମିଳିଛି l