Download Now Banner

This browser does not support the video element.

କଟକ ପୌରାଞ୍ଚଳ: ପୀର ବଜାର ଅଞ୍ଚଳରେ ଥିବା ଘରୁ ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି କରିବା ମାମଲାରେ ଦୁଇ ଜଣ ଗିରଫ

Cuttack M Corp PS, Cuttack | Sep 9, 2025
କଟକ ଜଗତପୁର ଥାନା ଅନ୍ତର୍ଗତ ପୀର ବଜାର ଅଞ୍ଚଳରେ ଥିବା ଏକ ଘରୁ ସୁନା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଚୋରି କରିବା ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି ଜଗତପୁର ଥାନା ପୋଲିସ। ଗିରଫ ଦୁଇ ଅଭିଯୁକ୍ତ ହେଲେ ମୁସ୍ତାକ ଖାନ ଓ ମେହବୁବ ଖାନ। ଦୁଇ ଅଭିଯୁକ୍ତଙ୍କୁ ମଙ୍ଗଳବାର ସନ୍ଧ୍ୟା ୭ ଟା ସମୟରେ କୋର୍ଟ ଚାଲାଣ କରାଯାଇଛି। କିଛି ଦିନ ତଳେ ଏହି ଦୁଇ ଅଭିଯୁକ୍ତ ଘର ତାଲା ଭାଙ୍ଗି ଆଲମିରାରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଚୋରି କରି ନେଇ ଫେରାର ହୋଇଯାଇଥିଲେ।
Read More News
T & CPrivacy PolicyContact Us